ତିର୍ତ୍ତୋଲ ବ୍ଲକରେ ଚାରିଆଡ଼େ ଲାଗିଛି ବିଧାୟକଙ୍କ ନିଖୋଜ ପୋଷ୍ଟର

ଭୁବନେଶ୍ବର: ତିର୍ତ୍ତୋଲ ବିଧାୟକ ନିଖୋଜ, ଏଭଳି ପୋଷ୍ଟର ପାଚେରୀ କାନ୍ଥରେ ଲାଗିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ବିଧାୟକ ରମାକାନ୍ତ ଭୋଇ ନିଖୋଜ ଥିବା ପୋଷ୍ଟର ମରାଯାଇଛି । ତିର୍ତ୍ତୋଲ ବ୍ଲକ କାର୍ୟ୍ୟାଳୟ ପାଚେରୀ, ଗେଟ ଓ ସାଇନବୋର୍ଡ ଉପରେ ଏହି ପୋଷ୍ଟର ଲାଗିଛି । ମନ୍ତ୍ରୀଙ୍କୁ ବ୍ଲକ ବିକିଦେଇ ବିଧାୟକ ନିଖୋଜ ବୋଲି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ଫଟୋ ସହିତ ଏଭଳି ପୋଷ୍ଟର ଦେଖିବାକୁ ମିଳିଥିଲା । ଅଳ୍ପ କିଛି ସମୟ ମଧ୍ୟରେ ଏହାକୁ ଚିରି ଦିଆଯାଇଛି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ଟର ଲଗାଇଥଲା ତାହା ଜଣାପଡି ନାହିଁ। ବିଧାୟକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।
Powered by Froala Editor