ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ମାମଲା : ଯିଏ ବଞ୍ଚାଇବାକୁ ଚେଷ୍ଟା କରିଥିଲା, ସେ ହିଁ ଉସୁକାଇଥିଲା

ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଆଉ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ୱିତ ନାୟକ। ଦୁହେଁ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଜଣା ପଡିବା ପରେ ଗିରଫ କଲା କ୍ରାଇମବ୍ରାଞ୍ଚ।
ଉଭୟଙ୍କୁ ଗିରଫ ପରେ ଏସ୍ଡିଜେଏମ୍ଙ୍କ ପାଖରେ ହାଜର କରାଯାଇଥିଲା । ଏହାପରେ ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆତ୍ମହତ୍ୟା ପାଇଁ ଉସ୍କାଇବା ଓ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ସୂଚନାନୂସାରେ, ଜୁଲାଇ ମାସରେ ଏଫଏମ କଲେଜର ଜଣେ ଛାତ୍ରୀ HOD ସମୀର ସାରଙ୍କ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ଭିକ୍ଷା କରି କରି ଶେଷରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ୩ ଦିନର ଜୀବନ ମରଣ ସଂଘର୍ଷ ପରେ ଶେଷରେ ସେ ଆଖି ବୁଜିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ଶେଷରେ ଗତ ୧୬ ତାରିଖରୁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଆରମ୍ଭ କରିଥିଲା।
Powered by Froala Editor