ଗାଁ ମାଟିରେ ପହଞ୍ଚିଲା ୬ ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ପଥର ଖାଦାନରେ ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ମରଶରୀର ସୋମବାର ଓଡ଼ିଶା ଫେରିବା ସହିତ ସେମାନଙ୍କ ଗ୍ରାମରେ ପହଞ୍ଚିଛି। ଶ୍ରମିକମାନଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁ ଓ ପରିଜନଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା।
ଆନ୍ଧ୍ରପ୍ରଦେଶର ବାପଟଲା ଜିଲାରେ ରବିବାର ଏକ ଗ୍ରାନାଇଟ୍ ପଥର ଖଣିରେ ବିସ୍ଫୋରଣ ଯୋଗୁ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକ ଗଞ୍ଜାମ ଏବଂ ଗଜପତି ଜିଲାର।
Powered by Froala Editor