୭ରେ ବିଜେଡିର ପୁରୀ ବନ୍ଦ ଡାକରା

ପୁରୀ : ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣାରେ ଆଗାମୀ ୭ତାରିଖରେ ପୁରୀ ହରତାଳ ଡାକରା ଦେଇଛି ବିଜେଡି। ବିଜେଡିର ପୁରୀ ବନ୍ଦ ଡାକରା । ଦୋକାନ ବଜାର ବନ୍ଦ ସହ ଗାଡିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି । ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତକୁ ଚିହ୍ନଟ କରୁ ନଥିବା ଅଭିଯୋଗ ଆଣିଛି ବିଜେଡି । ପୀଡିତାଙ୍କ ବାପାଙ୍କ ଉପରେ କି ଚାପ ପଡିଲା ମତ ବଦଳାଇଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।
Powered by Froala Editor