FM କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଇ ଗିରଫ

ବାଲେଶ୍ୱର: ବହୁ ଚର୍ଚ୍ଚିତ ବାଲେଶ୍ୱର FM କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣା। ଛାତ୍ରୀଙ୍କ ଆତ୍ମାହୁତିର ୨୩ ଦିନ ପରେ ହେଲା କାର୍ଯ୍ୟାନୁଷ୍ଠାନ। ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ।ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ୱିତ ନାୟକ। ଦୁହେଁ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଜଣା ପଡିବା ପରେ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ପରେ ୨ ଜଣଙ୍କୁ ସିଧା କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ। ୨ ଅଭିଯୁକ୍ତ ଏବେ ୧୫ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ।
Powered by Froala Editor