ସଂପନ୍ନ ହେଲା ବଳଙ୍ଗା ପୀଡିତାଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବାୟାବର ଗାଁ କବରସ୍ତାନରେ ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୀଡିତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ବିଦାୟ ଦେଇଥିଲେ । ଗାଁରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବହୁ ସଂଘର୍ଷ ପରେ ଜୀବନ ଯୁଦ୍ଧରେ ପୁରୀ ଜିଲା ବଳଙ୍ଗା ପୀଡ଼ିତା ହାରି ଯାଇଛନ୍ତି। ରବିବାର ଦିଲ୍ଲୀ ଏମ୍ସରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଏମ୍ସିର ମହାପ୍ରୟାଣ ଗାଡ଼ିରେ ମରଶରୀରକୁ କଡ଼ା ସୁରକ୍ଷା ବଳୟରେ ତାଙ୍କ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବରର ନୂଆଗୋପାଳପୁର ଗାଁକୁ ନିଆଯାଇଥିଲା। ସୋମବାର ସକାଳେ ନାବାଳିକାଙ୍କୁ କବର ଦିଆଯାଇଛି ।
Powered by Froala Editor