ଆଠଗଡ ବନଖଣ୍ଡ ଅଧିକାରୀଙ୍କ କୋରାପୁଟକୁ ବଦଳି

ଆଠଗଡ: ଆଠଗଡ ବନଖଣ୍ଡ ଅଧିକାରୀ(ଡିଏଫଓ) ଡାକ୍ତର ଯଜ୍ଞଦତ୍ତ ପତିଙ୍କର କୋରାପୁଟକୁ ବଦଳି ହୋଇଥିବା ଜଣାପଡିଛି । ଗତ ଅଗଷ୍ଟ ୨ ତାରିଖରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାରି ବିଭାଗୀୟ ନିର୍ଦେଶନାମାରେ ଡିଏଫଓ ଡାକ୍ତର ପତିଙ୍କୁ ଆଠଗଡରୁ କୋରାପୁଟର ଭାରପ୍ରାପ୍ତ ଆଞ୍ଚଳିକ ବନ ସଂରକ୍ଷକ (ଆରସିସିଏଫ) ଭାବେ ବଦଳି କରାଯାଇଛି। ଆଠଗଡ ବନଖଣ୍ଡରେ ଡିଏଫଓ ଭାବେ ଡାକ୍ତର ପତି ଗତ ୨୦୨୩ ଅକ୍ଟୋବର ମାସରୁ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲେ।
Powered by Froala Editor