ମାଓ ହିଂସା: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ିଲା ରେଲଓ୍ବେ ଟ୍ରାକ୍, ଜଣେ କର୍ମଚାରୀ ମୃତ

ରାଉରକେଲା : ସହିଦ ସପ୍ତାହ ପାଳନ ହେଉଥିବାବେଳେ ମାଓବାଦୀଙ୍କର ବଡ ଧରଣର ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲଓ୍ବେ ଟ୍ରାକ୍ ଉଡାଇଦେଇଛନ୍ତି। ବିମଳାଗଡ ସେକ୍ସନ୍ କରମପଦା-ରେଞ୍ଜଡା ମଝିରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଟ୍ରାକରେ ରେଳ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍ପିଏଫ୍ ଓ ଆର୍ପିଏସ୍ଏଫ୍ ମୁତୟନ କରାଯାଇଛି। ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ସିଏମଆରଏଫ୍ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
Powered by Froala Editor