ବୌଦ୍ଧ ଜିଲ୍ଲା ଏମ୍ଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ବୌଦ୍ଧ : ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଏମ୍ଭିଆଇ ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଉଛି। ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ମୟୁରଭଞ୍ଜର ବାରିପଦା, ବୌଦ୍ଧ, ଭୁବନେଶ୍ଵରରେ ଥିବା ଘର ଏବଂ ଅଫିସରେ ରେଡ୍ କରାଯାଉଛି। ଏହାସହ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି। ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟରେ ବି ଚଢ଼ାଉ ହେଉଛି ।
Powered by Froala Editor