ଶୋଇଥିବା ସମୟରେ ଘର ଉପରେ ମାଡ଼ିଗଲା ଟ୍ୟାଙ୍କର, ଜଣେ ମୃତ

ରାୟଗଡା: ଭାରସାମ୍ୟ ହରାଇ ଘର ଉପରେ ମାଡିଗଲା ଟ୍ୟାଙ୍କର। ଜଣେ ମୃତ, ଦୁଇ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁମ୍ମା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ୩ଟା ସମୟରେ ଏକ ଟ୍ୟାଙ୍କର ଟିକିରିରୁ ରାୟଗଡା ଆସୁଥିଲା। ଏତିକିବେଳେ ରାସ୍ତାକଡରେ ଥିବା ଏକ ଝୁମ୍ପୁଡି ଘର ସହ ଦୁଇଟି ଦୋକାନ ଘରକୁ ଧକ୍କା ଦେଇଥିଲା। ଝୁମ୍ପୁଡି ଘରେ ଶୋଇଥିବା ମହିଳା ଲକ୍ଷ୍ମୀ ପାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ୟାଇଭର ଗୁରୁତର ଆହତ ହାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Powered by Froala Editor