୭ଦିନ ଭିତରେ ଅଭିଯୁକ୍ତକୁ ଗିରଫ ନକଲେ ଡିଜିପି କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚିଥିବା ଅବସ୍ଥାରେ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ଆତ୍ମାର ସଦ୍ଗତି କାମନା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ସରକାର ୭ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ ନ କଲେ କଂଗ୍ରେସ ବାଧ୍ୟ ହୋଇ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟ ଘେରଉ କରିବ ବୋଲି ପିସିସି ସଭାପତି ଭକ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି, ଏଭଳି ଘଟଣାରେ ସମ୍ପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ଏହାର ଉତ୍ତର ସରକାର ରଖନ୍ତୁ। ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ସାରା ରାଜ୍ୟରେ ଏତେ ଚର୍ଚ୍ଚା ହେଲା ପରେ ବି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିଲା ନାହିଁ। ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ଏଥିରୁ ତାହା ସ୍ପଷ୍ଟ ଜଣାପଡୁଛି। ଯଦି ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଧରା ନ ଯାଏ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରଉ କରାଯିବ। ପୀଡ଼ିତାଙ୍କର ଆଜି ଦେହାନ୍ତ ହୋଇଛି; କିନ୍ତୁ ବୟାନ ପରେ ବୟାନ ରେକର୍ଡ ହୋଇଥିବା କୁହାଯାଇଛି। ତାଙ୍କ ବୟାନ ସାମ୍ନାକୁ ଅଣାଯାଉ।
Powered by Froala Editor