୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ଅତିଥି ଶିକ୍ଷକ ଭାବେ ନିଯୁକ୍ତି
ଭୁବନେଶ୍ୱର : ଏଣିକି ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ। ପ୍ରାୟ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି । ନୂଆ ଶିକ୍ଷକ ନିଯୁକ୍ତ ହେବା ଯାଏଁ ଏହି ଶିକ୍ଷକମାନେ ଶିକ୍ଷକତା କରିବେ। ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ।
Powered by Froala Editor