ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ଛାତ୍ରଛାତ୍ରୀ ଅସୁସ୍ଥ
ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳୀଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଶନିବାର ଝିଟିପିଟି ପଡିଥିବା ଜଣାପଡିଛି। ଖାଦ୍ୟ ଖାଇବା ପରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଘଟଣା ସମ୍ପର୍କରେ ଜାଣି ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକ ସେମାନଙ୍କ ପୁଅଝିଅଙ୍କୁ ବାଇକରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିବା ଜଣାପଡିଛି। ଏକ ଡାକ୍ତରୀ ଦଳ ବିଦ୍ୟାଳୟକୁ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।
Powered by Froala Editor