ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି: ଓଏଏସ ଅଧିକାରୀ

ଭୁବନେଶ୍ୱର : ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର ମହିଳା ଥାନାରେ ହାଜର ହୋଇଛନ୍ତି ସାର୍ଥକ। ମହିଳା ଥାନାରୁ ବାହାରିବା ପରେ ସେ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଛଡ଼ା ମୋ ମା’ର କେହି ନାହାନ୍ତି। ମୋ ମା’, ଭଉଣୀଙ୍କୁ ସପୋର୍ଟ ଦରକାର। ସ୍ତ୍ରୀ କେବେ ସପୋର୍ଟ ଦେଉ ନ ଥିଲେ। ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି। ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟ ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ।
Powered by Froala Editor