ଥାନାରେ ହାଜର ହେଲେ ଓଏଏସ୍ ବାବୁ

ଭୁବନେଶ୍ବର: ଶେଷରେ ଥାନାରେ ହାଜର ହୋଇଛନ୍ତି ଓଏଏସ୍ ସାର୍ଥକ ସୌରଭ ମହାପାତ୍ର । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଓଏଏସ୍ ବାବୁ ଆଜି ଥାନାରେ ହୋଇଛନ୍ତି । ଓକିଲଙ୍କ ସହ ମହିଳାଥାନାକୁ ଆସିଥିବା ସାର୍ଥକଙ୍କୁ ପୁଲିସ ପଚରାଉଚରା କରୁଛି ।
ଗତକାଲି ପତ୍ନୀ ଅର୍ଚ୍ଚନା ଦାଶଙ୍କ ୧୮୦ ବିଏନ୍ଏସ୍ରେ ବୟାନ ରେକର୍ଡ କରିଥିଲା ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରି ବୁଝିଥିଲା ପୁଲିସ । ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେପଟେ ଓଏଏସ୍ ଅଧିକାରୀ କିନ୍ତୁ ମୁହଁ ଖୋଲିବାକୁ ନାରାଜ । ଯାହା କହିବି ଥାନାରେ କହିବି, ନୋଟିସ୍ ଆସିଲେ ହାଜର ହେବି ବୋଲି କହିଥିଲେ ସାର୍ଥକ ମହାପାତ୍ର । ଏବେ ଲୁଚିବା ନୁହେଁ, ଘଟଣାକୁ ସାମ୍ନା କରିବାର ସମୟ ଆସିଛି ବୋଲି କହିଛନ୍ତି ଅର୍ଚ୍ଚନା ।
Powered by Froala Editor