ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି
ମସ୍କୋ: ରୁଷିଆର କାମଚାଟକାରେ ହୋଇଥିବା ଭୂମିକମ୍ପ ପରେ, ସୁନାମି ମଧ୍ୟ ଆସିଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ଥିଲା। ଏହି କାରଣରୁ ଜାପାନ ଏବଂ ଆମେରିକାରେ ସୁନାମି ସତର୍କତା ଜାରି କରାଯାଇଛି। ଜାପାନର ଫୁକୁସିମା ପରମାଣୁ କେନ୍ଦ୍ରକୁ ଖାଲି କରାଯାଇଛି। ୨୦୧୧ ମସିହାରେ ୯.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ପରେ ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା।
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ରୁଷର ପେଟ୍ରୋପାଭଲୋଭସ୍କ-କାମଚଟସ୍କିରୁ ୧୩୩ କିଲୋମିଟର ଦକ୍ଷିଣ-ପୂର୍ବରେ ୭୪ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ଉପଦ୍ୱୀପରେ ହୋଇଥିବା ବଡ଼ ଭୂମିକମ୍ପରେ ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ଖବର ନାହିଁ। କିନ୍ତୁ ସେଠାରୁ ଭିଡିଓଗୁଡ଼ିକ ଯେପରି ସାମ୍ନାକୁ ଆସିଛି ତାହା ବହୁତ ଭୟଙ୍କର। ଭିଡିଓରେ ଅନେକ କୋଠା ଥରୁଥିବା ଦେଖାଯାଉଛି ଏବଂ ଅନେକ ସ୍ଥାନରେ କ୍ଷତି ହେବାର ଆଶଙ୍କା କରାଯାଉଛି।
ରୁଷିଆର କାମଚଟକାରେ ଏକ ଘର ଭିତରୁ ଉଠାଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କୋଠା ଥରିବା ସହିତ ଫର୍ଣ୍ଣିଚର ମଧ୍ୟ ଥରୁଥିବା ଦେଖାଯାଉଛି।
Powered by Froala Editor