ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

ମିରଟରେ ଥିବା ସରକାରୀ ଡାକ୍ତରଖାନାରେ ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ହୋଇଛି ଯେ, ଡାକ୍ତର ହସ୍ପିଟାଲରେ ଥାଇ ବି ଚିକିତ୍ସା କରିନଥିଲେ। କାମ ଛାଡ଼ି ଡାକ୍ତର ବାବୁ ଶୋଇ ପଡ଼ିଥିବାରୁ ଯୁବକଙ୍କ ଚିକିତ୍ସା ପାଇଁ ଆସିନଥିଲେ, ଯାହା ଫଳରେ ଅଧିକ ରକ୍ତସ୍ରାବ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ଚିିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଯୁବକଙ୍କ ନାମ ସୁନିଲ୍ ବୋଲି ଜଣାପଡିଛି । ସେ ହସନପୁର ଗାଁର ବାସିନ୍ଦା ଥିଲେ । ରବିବାର ରାତି ୧ଟାରେ ସୁନିଲ୍ ରାସ୍ତାର ପାର୍ ହେବା ସହ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜକୁ ଅଣାଯାଇଥିଲା। ଏମରଜେନ୍ସି ୱାର୍ଡରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରାଇଥିଲେ ବି ଡାକ୍ତର ଭୂପେଶ କୁମାର ରାଏ ଚିକିତ୍ସା କରିବାକୁ ଆସିନଥିଲେ। ପରିବାର ଲୋକେ ଅନେକ କାକୁତି ମିନତି ହୋଇଥିଲେ ବି କେହି ତାଙ୍କ ଗୁହାରି ଶୁଣିନଥିଲେ। କିଛି ଘଣ୍ଟା ପର୍ଯ୍ୟନ୍ତ ଯୁବକ ରକ୍ତାକ୍ତ ଅବସ୍ଥାରେ ଏମରଜେନ୍ସି ୱାର୍ଡର ଷ୍ଟ୍ରେଚର ଉପରେ ପଡ଼ି ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଡାକ୍ତର ବାବୁ ଶୋଇଥିବାର ଭିଡିଓ ପରିବାର ଲୋକେ ରେକର୍ଡ କରିଥିବା ବେଳେ ଏହାକୁ ଅଧାର କରି ଏବେ ଡାକ୍ତର ଭୂପେଶ କୁମାର ରାଏଙ୍କୁ ନିଲମ୍ବିତ କରାଯାଇଛି।
Powered by Froala Editor