ଅଫିସ କୋଠାରୁ ଡେଇଁ ଆଇଟି ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣେର ହିଞ୍ଜେୱାଡି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ ୨୩ ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ପୀୟୁଷ ଅଶୋକ କଭାଡେ। ସେ ନାସିକର ବାସିନ୍ଦା ଥିଲେ ଏବଂ ଗତ ଦେଢ଼ ବର୍ଷ ଧରି ଆଟଲାସ କପକୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ।
ପୀୟୁଷ ଅଫିସରେ ସବୁଦିନ ପରି ଅଫିସ୍ ଆସିଥିଲେ। ଏକ ମିଟିଂରେ ଯୋଗ ଦେଇଥିଲେ। ହଠାତ୍ ସେ ଛାତିରେ ଯନ୍ତ୍ରଣା ଅଭିଯୋଗ କରି ସେଠାରୁ ଉଠି ଚାଲିଗଲେ। କିଛି ମିନିଟ ପରେ ସେ ଏତେ ବଡ଼ ପଦକ୍ଷେପ ନେବେ ବୋଲି କେହି ଭାବି ନ ଥିଲେ। ଅଫିସରେ ଥିବା ଲୋକମାନେ ତାଙ୍କୁ କୋଠାରୁ ଡେଇଁ ପଡ଼ିବାର ଦେଖିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ପାଇଛି, ଯାହାକୁ ପୀୟୁଷ ନିଜ ହାତରେ ଲେଖିଥିଲେ। ଏହି ଚିଠିରେ ସେ ଲେଖିଛନ୍ତି, ମୁଁ ଜୀବନରେ ସବୁଠି ବିଫଳ ହୋଇଛି। ଦୟାକରି ମୋତେ କ୍ଷମା କରନ୍ତୁ। ସେ ତାଙ୍କ ବାପାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଛାଡିଛନ୍ତି, ସେ କହିଛନ୍ତି, ସେ ତାଙ୍କ ପାଇଁ ଯୋଗ୍ୟ ପୁଅ ନୁହଁନ୍ତି ଏବଂ ତାଙ୍କ ପଦକ୍ଷେପ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଆତ୍ମହତ୍ୟା ନୋଟରୁ ସ୍ପଷ୍ଟ ହୋଇଛି ପୀୟୁଷ ନିଜକୁ ଅସଫଳ ଅନୁଭବ କରୁଥିଲେ। କିନ୍ତୁ ସେ କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟା କିମ୍ବା ଅଫିସ ଚାପ ବିଷୟରେ କୌଣସି କଥା ଲେଖିନଥିଲେ।
Powered by Froala Editor