୨ ଜିଲ୍ଲାରେ ଝାଡ଼ାବାନ୍ତି, ପହଞ୍ôଚଲେ ଡାକ୍ତରୀ ଟିମ୍
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ପତ୍ରପଡ଼ା ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦ ହଟିନି । ଏବେବି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ବି ୩ ଜଣ ଚିକିତ୍ସିତ ହେଉଛନ୍ତି । ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ପଚାରିବାରୁ କହିଲେ, ୨ଟି ଛୁଆ ଦୁର୍ବଳ ପାଇଁ ମେଡିକାଲରେ ଅଛନ୍ତି, ଗୋଟିଏ ଝିଅ ଦୁର୍ବଳ ପାଇଁ ଆଗରୁ ୩ ଥର ମେଡିକାଲ ଆସିଥିଲା ପୁଣି ତାକୁ ଅଣାଯାଇଛି । ସମସ୍ତ ହଷ୍ଟେଲ, ଶ୍ରେଣୀ ଗୃହ, ଗାଧୁଆଘର, ପାଇଖାନା ସାନିଟେସନ କରାଯାଇଛି । ସୂଚନା ଯେ, ସ୍କୁଲରେ ୬୦ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ଦିନ ଧରି ଚିକିତ୍ସିତ ହେଉଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସମଣା ପଞ୍ଚାୟତର ସମଣା, ବାହାରିପୁର, ଚାପୁଣ୍ଡିଆ ଆଦି ଗ୍ରାମରେ ଝାଡ଼ାବାନ୍ତିରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁକୁ ବିକ୍ରି କରିବାକୁ ଯାଇଥିବା ଦହିବରା ବାଲା ଠାରୁ ଦହିବରା ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । କିଛି ଆକ୍ରାନ୍ତଙ୍କୁ ଶାଳଣିଆ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ଆଉ କିଛି ଆକ୍ରାନ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତୁରନ୍ତ ଏକ ଡାକ୍ତରୀଦଳ ପଠାଇ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Powered by Froala Editor