ଅଗଷ୍ଟ ୧ରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ

ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନୂଆ UPI ନିୟମ ୧ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ। UPI ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ ଇଣ୍ଡିଆ (NPCI), ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ ବିଫଳ କାରବାର ଭଳି ସମସ୍ୟାକୁ କମ୍ କରିବା ପାଇଁ କିଛି ନୂତନ ସୀମା ଲାଗୁ କରିବାକୁ ଯାଉଛି। ଏହି କାରଣରୁ, ବାଲାନ୍ସ ଯାଞ୍ଚ ଏବଂ ରିଫ୍ରେଶିଂ ସ୍ଥିତି ଭଳି ଜିନିଷ ଉପରେ ସୀମା ଲାଗୁ କରାଯିବ।
ତେବେ ନୂଆ ନିୟମ ଅନୁଯାୟୀ, ୟୁପିଆଇ ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ସେମାନଙ୍କର ଆକାଉଣ୍ଟ ବାଲାନ୍ସ ଚେକ୍ କରିପାରିବେ। ଏହା ଦ୍ବାରା ବ୍ୟସ୍ତ କାର୍ଯ୍ୟଘଣ୍ଟା ବା ପିକ୍ ଆୱାର୍ରେ ଅଯଥା ଟ୍ରାଫିକ୍ ଜାମ୍କୁ ଏଡ଼େଇ ଦେଇହେବ। ଯଦି ନେଟୱାର୍କରେ ଅନାବଶ୍ୟକ ଲୋଡ ହ୍ରାସ କରାଯାଏ, ତେବେ ସିଷ୍ଟମ ମଧ୍ୟ ଦ୍ରୁତ ଏବଂ ଅଧିକ ସୁରକ୍ଷିତ ଭାବରେ କାମ କରିବ।
ୟୁପିଆଇ ସହ ଜଡ଼ିତ ଅଟୋ ପେମେଣ୍ଟ ନିୟମରେ ପରିବର୍ତ୍ତନ ହେବ । ସବ୍ସ୍କ୍ରିପ୍ସନ୍ ଆଧାରିତ ଅଟୋ ଡେବିଟ୍ କେବଳ ନନ୍ପିକ୍ ଟାଇମ୍ ପ୍ରୋସେସ୍ କରାଯିବ । ଅର୍ଥାତ୍ ସକାଳ ୧୦ ପୂର୍ବରୁ କିମ୍ବା ଅପରାହ୍ନ ୧ରୁ ସନ୍ଧ୍ୟା ୫ଟା ମଧ୍ୟରେ ହିଁ ୟୁପିଆଇରେ ଅଟୋ ଡେବିଟ୍ ହେବ । ଏହାଛଡ଼ା ଯଦି କୌଣସି ପେମେଣ୍ଟ ଅଟକି ରହିଥିବ, ତେବେ ଏହାର ଷ୍ଟାଟସ୍ କେବଳ ୩ ଥର ହଁ ଚେକ୍ କରପାରିବେ ୟୁଜର୍ସ । ଅତି କମ୍ରେ ୯୦ ସେକେଣ୍ଡ ଅନ୍ତରାଳରେ ଅଟକି ରହିଥିବା ପେମେଣ୍ଟ ଷ୍ଟାଟସ୍ ଚେକ୍ କରିପାରିବେ ।
Powered by Froala Editor