ନିପାତ ହେଲା ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍ ମୁସା

ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ଅପରେସନ ମହାଦେବ’ରେ ମୁସା ନିହତ ହୋଇଥିବା ଜଣାପଡ଼ିଛି। ହାସିମ୍ ମୁସାକୁ ଧରାଇଦେବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
Powered by Froala Editor