ଏଇଥି ପାଇଁ ସଂକ୍ରମଣ ବଢୁଛି
ଭୁବନେଶ୍ୱର: ପାଣ୍ଡାମିକରେ ଏମିତି ୱେଭ ଆସେ, ମୁ୍ୟଟେସନ ଯୋଗୁଁ ସଂକ୍ରମଣ ନକମି ବଢୁଛି । ତେବେ ସରକାରଙ୍କୁ ତଥ୍ୟ ଦିଆଯାଇଛି । ସରକାର ଯଥା ସମୟରେ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ଅବସରରେ ଶ୍ରୀ ମହାପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ତୃତୀୟ ଲହର ଆସୁ କି ନଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି । ତେବେ କଟକ ଓ ଭୁବନେଶ୍ୱରରେ କିଭିଳି ସଂକ୍ରମଣ କମିବ ସେ ନେଇ ପଦକ୍ଷେପ ନିଆଯାଉଛି । ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କିନ୍ତୁ ନଜର ରଖାଯାଇଛି । ପାଣ୍ଡାମିକରେ ଏମିତି ୱେଭ ଆସେ, ମୁ୍ୟଟେସନ ଯୋଗୁଁ ନକମି ସଂକ୍ରମଣ ବଢୁଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କରୋନା ସମୟରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାଟେଗୋରୀ ‘ଏ’ ଓ ‘ବି’ ଅନୁଯାୟୀ ସରକାର ଲକଡାଉନ କଟକଣାକୁ କୋହଳ କରୁଛନ୍ତି ।
ଡିଏମଏଟିର ଡାକ୍ତର ସି ବି କେ ମହାନ୍ତି କହିିଛନ୍ତି, ‘କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି। ତୃତୀୟ ଓ ଚତୁର୍ଥ ଲହର ଆସିପାରେ। ହେଲେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି। ୧୬ ପରେ ପରିସ୍ଥିତି ଦେଖି ଅନଲକ କରାଯିବ।’
Powered by Froala Editor