ଚାକିରିରୁ ନିଲମ୍ବିତ ହେଲେ ଅଧ୍ୟକ୍ଷ ଓ ଅଧ୍ୟାପକ
ଭୁବନେଶ୍ବର : ଜନୈକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରଘୁନାଥପୁର ବ୍ଲକ ଅଧୀନସ୍ଥ ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ଜଗତସିଂହପୁର ଜିଲାପାଳ ଚାକିରିରୁ ନିଲମ୍ବିତ କରିଛନ୍ତି। ଗତ ଜାନୁଆରୀ ମାସରେ ଏହି କଲେଜର ଜନୈକା ଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପର ମୁହୂର୍ତ୍ତରେ ଛାତ୍ରୀ ଜଣକ ଅଧ୍ୟାପକଙ୍କ ସହିତ ଆପୋସ ବୁଝାମଣା କରିବା ସହିତ ଅଧ୍ୟକ୍ଷଙ୍କୁ ଉକ୍ତ ବୁଝାମଣାର ଲିଖିତ ପତ୍ର ପ୍ରଦାନ କରିଥିଲେ। ଫଳରେ ମାମଲାଟିର ପରିସମାପ୍ତି ଘଟିଥିଲା। ଦୀର୍ଘ ଦିନ ପରେ ଏହି ଘଟଣାଟି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ପରେ ଜିଲାପାଳ ଉଭୟ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
Powered by Froala Editor