ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ବର: ବଳଙ୍ଗା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ବଳଙ୍ଗାରେ ପହଞ୍ଚିଛନ୍ତି । ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ପହଞ୍ଚି ଥାନାରେ ପ୍ରଥମେ ତଦନ୍ତ ଦିଗ ବୁଝିଥିଲେ । ଏହାପରେ ପୀଡିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ପଚରାଉଚରା କରିଛନ୍ତି । ଅଭିଯୋଗ ଅନୁସାରେ ତିନି ଜଣ ଯୁବକ ନାବାଳିକାଙ୍କୁ ନଦୀ ପଠାକୁ ନେଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ତେବେ କୌଣସି କ୍ରମେ ନାବାଳିକା ଜଣଙ୍କ ସେଠାରୁ ଖସି ପଳାଇ ଆସିଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ପଠାଇଥିଲେ । ଏବେ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
Powered by Froala Editor