୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ବର : ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ. ସ୍ବାତୀଙ୍କ ନିର୍ଦେଶ କ୍ରମେ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ସରଧାପୁର ଜଙ୍ଗଲରେ ଚଢାଉ କରାଯାଇଛି। ଏବଂ ୧୧୯ କେଜି ଗଞ୍ଜେଇ ସହ ଏକ ବୋଲେରୋ ଗାଡି ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୯୦ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ଚଢାଉ ସମୟରେ ପଦ୍ମପୁର ଥାନା ଏସ ଆଇ ଶିଶିର କୁମାର ଜେନା, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ, କନେଷ୍ଟବଳ ଆନନ୍ଦ ବାଉରୀ ସମେତ ଥାନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
Powered by Froala Editor