ଦୁଇ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ୨ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଭେଟଖୋଲ ଘାଟି ପାଣ୍ଡୁଲିସାହି ନିକଟରେ ଦୁଇ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଶନିବାର ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବଲସକୁମ୍ପା ନିକଟରୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତଦ୍ଵୟ ହେଲେ ନାନ୍ଦୁ ଭୋଇ(୩୫) ଏବଂ ବୁଟୁ ପ୍ରଧାନ(୨୫)।
ଭେଟଖୋଲ ଘାଟି ପାଣ୍ଡୁଲିସାହି ନିକଟରେ ଦୁଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ନେଇ ଖଜୁରୀପଡ଼ା ଥାନାରେ ହାରା ପ୍ରଧାନ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୯/୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଖଜୁରୀପଡ଼ା ପୁଲିସ। ଶନିବାର ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବଲସକୁମ୍ପା ନିକଟରୁ ଗିରଫ କରିଛି ପୁଲିସ୍। ଏନେଇ ରବିବାର ଏସଡିପିଓ ସୁଭ୍ରଜିତ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି। ଏହି ସମ୍ମିଳନୀରେ ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଏସଆଇ ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor