ଅଟୋ-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଜଣେ ମୃତ
ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଦରପଦା ନିକଟରେ ଅଭାବନୀୟ ଘଟଣା ଘଟିଛି । ଅଟୋ-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ କଟରାଝରି ଗାଁର ପୂଜା ସ୍ବାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଶ୍ରାବଣ ସୋମଥିବାରୁ କଣ୍ଟିଲୋ ମହାନଦୀ ଘାଟରୁ କାଉଡିଆମାନେ ପାଣି ଉଠାଇ ଆସୁଥିଲେ । ଚାଲି ନପାରିବାରୁ ୭ଜଣ କାଉଡିଆ ଅଟୋରେ ଯାଉଥିଲେ । ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
Powered by Froala Editor