ଏମ୍ସ ପରିସର ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା
ଖଣ୍ଡଗିରି: ବଳଙ୍ଗା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ କରିବା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ପିଡିତାଙ୍କୁ ଏମ୍ସ ବର୍ଣ୍ଣ ୟୁନିଟରେ ଚିକିତ୍ସା କରାଯାଉଛି। ତେବେ ପୀଡିତ ଓ ତାଙ୍କ ପରିବାରକୁ ଭେଟିବା ପାଇଁ ଏମସରେ ବିଭିନ୍ନ ରାଜନୈତିକ ଦଳର ବିଧାୟକ, ସାଂସଦ ସହ ବହୁ ରାଜନେତାଙ୍କ ଭିଡ ଜମିଥିଲା। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମ୍ସ ପରିସରରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ କମିସନରେଟ ପୁଲିସ ଏମ୍ସ ପରିସରରେ ୧୬୩ ଧାରା ଜାରି କରିଛନ୍ତି। ୧୦ରୁ ଅଧିକ ବିଜେଡି କର୍ମକର୍ତ୍ତାଙ୍କୁ ପୁଲିସ ହେପାଜତକୁ ନେଇଛି। ଏମ୍ସ ପରିସର ତଥା ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏମ୍ସ ପରିସରକୁ ଖାଲି କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଛି। ସୁରକ୍ଷାକୁ ଆଖି ଆଗରେ ରଖି ୩ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।
Powered by Froala Editor