ଜୀବନ୍ତ ବଜ୍ରକାପ୍ତା ଜବତ, ଦୁଇ ଗିରଫ
ଭୁବନେଶ୍ବର : ପିତାପଲ୍ଲୀ-ଚନ୍ଦକା ରୋଡ଼ର ମା’ ଲଟାଭୁଆସୁଣୀ ମନ୍ଦିର ନିକଟରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍ଟିଏଫ୍) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଦୁଇ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଗିରଫ କରିଛି। ସେହିପରି ଚାଲାଣକାରୀ ସୁନ୍ଦରଗଡ଼ ଜିଲା ଭାସମା ଥାନା ଅବନକେଲା ଗାଁର ଗୋକୁଳ ଗୁପ୍ତା ଓ ରେଙ୍ଗାଲି ଥାନା ସାଗରପଲ୍ଲୀ ଗ୍ରାମର ତେଜରାମ ମେହେରଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। କଲକାତା ଦେଇ ଉକ୍ତ ବଜ୍ରକାପ୍ତାକୁ ଚୀନକୁ ଚାଲାଣ କରାଯାଉଥିବା ତଦନ୍ତରୁ ଏସ୍ଟିଏଫ୍ ଜାଣିବାକୁ ପାଇଛି।
Powered by Froala Editor