ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ସିନେମା

ଭୁବନେଶ୍ବର: ରାଷ୍ଟ୍ରପତି ଭବନରୁ ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ର ସମସ୍ତ କର୍ମକର୍ତ୍ତାଙ୍କୁ ଥିଲା ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସିନେମାର ସମସ୍ତ କର୍ମକର୍ତା, ପ୍ରଦର୍ଶିତ ନବକଳେବର ସିନେମାକୁ ଦେଖିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସିନେମା ନବକଳେବର, ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ଉପଦେଷ୍ଟା ବିଭୁପ୍ରସାଦ ମହାପାତ୍ର,ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ସହ ସିନେମାର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସିନେମାଟି ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ବେଳେ ସିନେମାର ମୁଖ୍ୟ କଳାକାର ସିଦ୍ଧାନ୍ତ ମହାପାତ୍ର , ଜ୍ୟୋତିରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନି ସଙ୍ଗୀତା, ପିଙ୍କି ପ୍ରଧାନ, ଅଂଶୁମାନ ଓ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor