ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ ଏକ ଗ୍ରାମର ୧୬ ବର୍ଷୀୟା ନାବାଳିକା ତଥା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀକୁ ପ୍ରେମ, ଅପହରଣ ଓ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଶୁକ୍ରବାର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପି. ପିତାମ୍ବର (୧୯) ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗ୍ରାମର ପିତାମ୍ବର ନାବାଳିକା ଛାତ୍ରୀକୁ ପ୍ରେମ କରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ ଗତ ମେ ମାସ ୧୨ ତାରିଖରେ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ଛାତ୍ରୀ ଜଣଙ୍କ ନିଖୋଜ ହେବା ପରିବାର ଜାଣିବା ପରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରିବାର ଲୋକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେଶ ନଂ ୨୧୧/୨୫ ପ୍ରକାରେ ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଓ ନାବାଳିକା ଛାତ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ଚଡାଉ ଜାରି ରଖିଥିଲା। ଗୁରୁବାର ସକାଳେ ଏକ ଗ୍ରାମରୁ ଚଡାଉ କରି ପିତାମ୍ବରକୁ କାବୁ କରିଥିବା ବେଳେ ଛାତ୍ରୀକୁ ଉଦ୍ଧାର କରିଥିଲା। ପିତାମ୍ବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor