ଗାଧୋଉଥିବା ବେଳେ ସମୁଦ୍ରରେ ବୁଡିଗଲେ ଯୁବକ

ପୁରୀ : ଗାଧୋଉଥିବା ବେଳେ ସମୁଦ୍ରରେ ବୁଡି ଯୁବକ ନିଖୋଜ । ଗୁରୁବାର ଦିଗବାରେଣି ଖୁଣ୍ଟି ୪ ନମ୍ବର ଲେନ୍ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି । ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଯୁବକ ଜଣକ ହଠାତ୍ ବୁଡି ଯାଇଛନ୍ତି । ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ୨ଟି ଲାଇଫ୍ଗାର୍ଡ ଟିମ୍ ଦ୍ୱାରା ଯୁବକଙ୍କୁ ଖୋଜାଖୋଜି କରାଯାଉଛି । ନିଖୋଜ ଯୁବକ ଜଣକ ଭଦ୍ରକର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ଓ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିବା ସହ ତଦନ୍ତ ଜାରି ରହିଛି ।
Powered by Froala Editor