ପଳାସୁଣୀ ଛକରେ ଫସିଲା ଦୁଇଟି ଆମ୍ବୁଲାନ୍ସ

ଭୁବନେଶ୍ବର: କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ବେଳେ ଫସିଲା ଜରୁରୀକାଳୀନ ସେବା । ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସବୁ ଛକରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବାକୁ ରାସ୍ତା ଅବରୋଧ ହୋଇଥିଲା । ପଳାସୁଣୀ ଛକରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ବେଳେ ଫସି ରହିଥିଲା ଦୁଇଟି ଆମ୍ବୁଲାନ୍ସ ।
ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ କୁହାଯାଇଥିଲା ଯେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ । ହେଲେ କେଉଁଠି ଲୋକମାନେ ମେଡିକାଲ ଯିବାବେଳେ ଅସୁବିଧା ଭୋଗିଥିଲେ ତ ଆଉ କେଉଁଠି ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଫସି ରହିଥିଲା ।
Powered by Froala Editor