ଶ୍ରାବଣ ମାସରେ ପାଣି ଉଠାଇବାକୁ ଯାଇପାରିବ ନାହିଁ ବୋଲବମ ଭକ୍ତ

ଭୁବନେଶ୍ୱର : ଗତ ବର୍ଷ ପରି ଏଥର ବି ବୋଲବମ ଯାତ୍ରା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଶ୍ରାବଣ ମାସରେ ବୋଲବମ ଭକ୍ତ (କାଉଡିଆ) ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବ ନାହିଁ । କରୋନା ପାଇଁ ଧାର୍ମିକ କାର୍ଯ୍ୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ପାଇଁ ରାଜ୍ୟରେ ସମସ୍ତ ସାମାଜିକ, ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଶିବ ମନ୍ଦିର ଯାନ୍ତି । ସାଧାରଣତଃ ଶନିବାର, ରବିବାର ସେମାନେ ପାଣି ଉଠାନ୍ତି ଓ ସୋମବାର ଶିବ ମନ୍ଦିରରେ ପାଣି ଢ଼ାଳନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିଦେ୍ର୍ଧଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ ।
Powered by Froala Editor