ମୋହନ ମାଝୀ ତୁମେ ସରକାର ସମ୍ଭାଳି ପାରୁନ ଗାଦି ଛାଡିଦିଅ: ବିଜେଡି

ଭୁବନେଶ୍ବର: ସରକାରଙ୍କୁ ନ୍ୟାୟ ମାଗି ମାଗି ନ୍ୟାୟ ନମିଳିବାରୁ ଶେଷରେ ଆତ୍ମାହୁତି ଦେଲା ଜଣେ ଛାତ୍ରୀ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି ବିରୋଧୀ ବିଜେଡି । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେ, ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେଇପାରୁନ । ଓଡ଼ିଶାବାସୀଙ୍କୁ କଣ ନ୍ୟାୟ ଦେବ । ସରକାରରେ ଥାଇ ଜଣେ ଛାତ୍ରୀ ଆପଣଙ୍କୁ ଗୁହାରି କରି ଶେଷରେ ଜୀବନ ହାରିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ବନ୍ଦ ପାଳନ କରାଯିବା ସହ ଭୁବନେଶ୍ୱରରେ ଦଳ ଆନ୍ଦୋଳନକୁ ତୀବ୍ର କରିଛି ।
ଦଳର ଶତାଧିକ କର୍ମୀ ଲୋକସଭା ଭବନ ଘେରିବାକୁ ଉଦ୍ୟମ କରିଥିବା ବେଳେ ଲୋୟର ପିଏମଜି ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ବିଜେଡି କର୍ମୀମାନେ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ଓ ଲୁହାବୁହା ଗ୍ୟାସ ମାଡ କରିଥିଲା ପୁଲିସ । ଫଳରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି ନେତା ବବି ଦାସ, ସୁଲତା ଦେଓ ଏବଂ ପ୍ରୀତି ଘଢେଇ ଆହତ ହୋଇଛନ୍ତି । ବିଜେଡି ନେତା ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋହନ ମାଝୀ ତୁମେ ସରକାର ସମ୍ଭାଳି ପାରୁନ ଗାଦି ଛାଡିଦିଅ । ପୁଲିସ ଲଗାଇ ଆମକୁ ଡରାଇ ପାରିବନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମଳିବା ଯାଏଁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି ।
Powered by Froala Editor