ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି: ରାଷ୍ଟ୍ରପତି

କଟକ: ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି। ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଟରେ ଗଢା ନୁହେଁ , ଏହା ଏକ ଶାଳ ଗ୍ରାମ।ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ। ପୁଅ ମାନଙ୍କଠାରୁ ଝିଅ ମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ। ଚାକିରି କରିବା ପାଇଁ ନୁହେଁ , ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ମଧୁବାବୁଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ମାତ୍ର ପୁରୁଣା କାଳିଆ ନୁହେଁ। ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ। ଅନ୍ୟପଟେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ପରେ ସେ ପୁଣି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Powered by Froala Editor