ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ୧୭ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ ରାଜ୍ୟବ୍ୟାପୀ ଶୋକପ୍ରକାଶ ପାଇଛି। ନ୍ୟାୟ ମାଗି ହାରିଯାଇଥିବା ସୌମ୍ୟାଶ୍ରୀଙ୍କୁ ମୃତ୍ୟୁ ପରେ ନ୍ୟାୟ ଦେବା ଲାଗି ବିରୋଧୀ ଦଳ ଅଣ୍ଟା ଭିଡିଛନ୍ତି। ଏହି ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। କଂଗ୍ରେସ ସହିତ ୭ଟି ବାମପନ୍ଥୀ ଦଳ ଏହି ବନ୍ଦ ଡାକରା ପାଇଁ ଆହ୍ବାନ କରିଛନ୍ତି।
ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଦୋକାନବଜାର ବନ୍ଦ ରହିବ। ଗତ ସୋମବାର ରାତି ପ୍ରାୟ ୧୧ଟା ୪୬ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ବାଲେଶ୍ଵରର ପଳାସିଆ ଗାଁକୁ ନିଆଯାଇଥିଲା ମରଶରୀର। ମଙ୍ଗଳବାର ପୂର୍ବାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି।
Powered by Froala Editor