ଗୋଟିଏ ମାଛର ଦାମ୍ ୧ ଲକ୍ଷ ୫୭୫୦୦ ଟଙ୍କା

ଧାମରା: ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ। କଥାଟା ଟିକେ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ। ଗୋଟିଏ ମାଛ ୨୧କେଜି ହୋଇଥିବାବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କାରେ ଅର୍ଥାତ୍ ମୋଟ ୧ ଲକ୍ଷ ୫୭୫୦୦ ଟଙ୍କାରେ ଏବଂ ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କାରେ ମୋଟ ୪ ଲକ୍ଷ ୫୨୬୦୦ ଟଙ୍କାରେ ବିକ୍ରି ହୋଇଛି। ଗଭୀର ସମୁଦ୍ରରୁ ଧରିବାପରେ ଏହି ମାଛକୁ ଧାମରା ଚାନ୍ଦିନୀ ପାଳସ୍ଥିତ କଣ୍ଟାରେ ଓଜନ କରାଯାଇଛି। ମାଛକୁ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀକୁ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରାଯାଇଛି ଏବଂ କେଜି ପ୍ରତି ୧ ହଜାରରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରି ହୋଇଛି। ମାଛର ଓଜନ ୩୧ କେଜି ଥିବାବେଳେ ଏହାକୁ ୪ଲକ୍ଷ ୫୨ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି, ଯାହାର ମୂଲ୍ୟ ଦୁଇଗୋଟି ବୁଲେଟ ଗାଡ଼ିଠାରୁ ଅଧିକ।
Powered by Froala Editor