ଏକ କୁଇଣ୍ଟାଲ ୧୦ କେଜି ରୁପା ଇଟା ଜବତ
ସମ୍ବଲପୁର : କାର୍ ଭିତରୁ ମିଳିଲା ଏକ କୋଟିରୁ ଅଧିକ ଟଙ୍କାର ରୁପା । ଏଭଳି ଏକ ଘଟଣା ଗୁରୁବାର ରେଙ୍ଗାଲି ତହସିଲ୍ କାର୍ଯ୍ୟାଳୟ ଛକ ନିକଟରେ ଘଟିଛି । ଜବତ ହୋଇଛି ବିପୁଳ ରୁପା । ପ୍ରାୟ ଏକ କୁଇଣ୍ଟାଲ ୧୦ କେଜି ରୁପା ଇଟା ଜବତ ହୋଇଛି । କାର୍ ଭିତରେ ସିକ୍ରେଟ୍ ଚାମ୍ବର କରି ଚୋରା ଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ଟିମ୍ ରୁପା ଜବତ କରିଛି । ଏହି ରୁପା ରାଞ୍ଚିକୁ ଚାଲାଣ ହେଉଥିବା ବେଳେ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି।
Powered by Froala Editor