ପିଲାମାନଙ୍କୁ ପାଠ ପଢାଇବା ପାଇଁ ସ୍କୁଲ ଛାଡିଲେନି ଅଭିଭାବକ, ଜାଣନ୍ତୁ କାହିଁକି ?
ବଳଙ୍ଗା: ବଳଙ୍ଗା ଥାନା ପିପିଲି ଶିକ୍ଷା ଅଧିକାର ଅନ୍ତର୍ଗତ ରୁପଦେଇପୁର ପଞ୍ଚାୟତର ଖଣ୍ଡାୟତ ପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ଯୋଗୁଁଁ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଠଟି ଶ୍ରେଣୀକୁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ଅନ୍ୟ ଏକ ସ୍କୁଲକୁ ପଠାଯାଇଛି। ସେହି ପ୍ରତିବାଦରେ ଅଭିଭାବକମାନେ ଗୁରୁବାର ପିଲାମାନଙ୍କୁ ସ୍କୁଲ୍ ଛାଡି ନାହାନ୍ତି। ଆଗାମୀ ଦିନରେ ଯଦି ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଏହି ବିଦ୍ୟାଳୟକୁ ଅଣା ନ ଯାଏ ତାହାଲେ ସେମାନେ ଆଉ ପିଲାମାନଙ୍କୁ ପାଠ ପଢାଇବା ପାଇଁ ସ୍କୁଲ ଛାଡିବେନି ବୋଲି ନିଷ୍ପତ୍ତି ନେଇଛନ୍ତି।
Powered by Froala Editor