ଦାଦାର କୋଦାଳ ଚୋଟରେ ପୁତୁରା ମୃତ
ଜଗତସିଂହପୁର: ଜଗସିଂହପୁର ଜିଲ୍ଲା ସଦର ଥାନା ଯାହାନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଦାଦା ଏବଂ ପୁତୁରା ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଦା ଏକ କୋଦାଳରେ ହାଣି ପୁତୁରାକୁ ହତ୍ୟା କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ଦାଦାକୁ ଗିରଫ କରିଛି।
Powered by Froala Editor