୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍

ତେଲୁଗୁ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ମହେଶ ବାବୁ ରିଅଲ୍ ଇଷ୍ଟେଟ ଠକେଇ ମାମଲାରେ ଫସିଛନ୍ତି। ତାଙ୍କୁ ରଙ୍ଗାରେଡ୍ଡି ଜିଲ୍ଲା ଗ୍ରାହକ କମିଶନ ଦ୍ୱାରା ଏକ ଆଇନଗତ ନୋଟିସ୍ ଜାରି କରାଯାଇଛି।
ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ ଇଷ୍ଟେଟ ଠକେଇ ହୋଇଛି । ଏହି ଠକେଇକୁ ସମର୍ଥନରେ ସୁପରଷ୍ଟାରଙ୍କୁ ଆଇନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ତେଲଙ୍ଗାନାରେ ରଙ୍ଗା ରେଡ୍ଡୀ ଜିଲା ଉପଭୋକ୍ତା ଆୟୋଗ ପକ୍ଷରୁ ମହେଶଙ୍କ ନିକଟକୁ ପଠାଯାଇଛି ।
ଏହି ମାମଲା ସାଇ ସୂର୍ଯ୍ୟ ଡେଭେଲପର୍ସ ନାମକ ଏକ ରିଅଲ୍ ଏଷ୍ଟେଟ୍ କମ୍ପାନୀ ସହ ଜଡ଼ିତ, ଯେଉଁଥିରେ ମହେଶ ବାବୁ ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରୁଥିଲେ। ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ସେ ବାଲାପୁରରେ ଏକ ପ୍ଲଟ୍ କିଣିବା ପାଇଁ ୩୪ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, କିନ୍ତୁ ପରେ ଜଣାପଡ଼ିଥିଲା ଯେ ସେହି ପ୍ଲଟ୍ ଆଦୌ ଅସ୍ତିତ୍ୱରେ ନାହିଁ।
ଅଭିଯୋଗରେ କୁହାଯାଇଛି ଯେ ମହେଶ ବାବୁଙ୍କ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ପ୍ଲଟ୍ କିଣିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଠକେଇ ବୋଲି ପ୍ରମାଣିତ ହୋଇଛି।
ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ମଧ୍ୟ ଏହି ମାମଲାରେ ମହେଶ ବାବୁଙ୍କୁ ନୋଟିସ୍ ଜାରି କରିଛି ବୋଲି ସୂଚନା ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠାରେ ଅନେକ ବିଜ୍ଞାପନରେ ସେଲିବ୍ରିଟିଙ୍କ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
Powered by Froala Editor