ସ୍କୁଲ୍ ଛାତ୍ରଙ୍କ ସହ ଦୁଷ୍କର୍ମ କରୁଥିଲେ ୪୦ ବର୍ଷୀୟ ଶିକ୍ଷୟିତ୍ରୀ

ମୁମ୍ବାଇର ଏକ ବଡ଼ ସ୍କୁଲ୍ରେ ଜଣେ ଶିକ୍ଷୟିତ୍ରୀ ବର୍ଷକ ମଧ୍ୟରେ ତାଙ୍କର ଜଣେ ଛାତ୍ରକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୪୦ ବର୍ଷୀୟ ଶିକ୍ଷୟିତ୍ରୀ ଜଣେ ୧୬ ବର୍ଷୀୟ ନାବାଳକ ଛାତ୍ରକୁ ଏନଜାଇଟି ଔଷଧ ଦେଇ ତା’ ସହ ରଖୁଥିଲା ଶାରୀରିକ ସଂପର୍କ। ଏହା କେବଳ ସମାଜକୁ ଖରାପ ବାର୍ତ୍ତା ନୁହେଁ, ବରଂ ବିଦ୍ୟାଳୟରେ ପିଲାମାନଙ୍କର ସୁରକ୍ଷାକୁ ବିପଦରେ ପକାଇଛି।
ଶିକ୍ଷୟିତ୍ରୀ ପଞ୍ଚତାରକା ହୋଟେଲ ସମେତ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଯୌନ ନିର୍ଯାତନା ପାଇଁ ଶିକ୍ଷୟିତ୍ରୀଙ୍କୁ ପୋକ୍ସୋ ଏବଂ କିଶୋର ନ୍ୟାୟ ଆଇନର ଧାରା ଅନୁଯାୟୀ ଗିରଫ କରାଯାଇଛି ଏବଂ ଦାଦର ପୁଲିସ ତାଙ୍କୁ ହେପାଜତରେ ରଖିଛି।
ଏହି ଘଟଣାଟି ଏକ ବର୍ଷ ଧରି ଚାଲିଆସୁଥିଲା। ଅଭିଯୁକ୍ତ ଶିକ୍ଷୟିତ୍ରୀ ଏକାଦଶ ଶ୍ରେଣୀର ଜଣେ ପିଲାକୁ ଟାର୍ଗେଟ କରିଥିଲା। ସେ ଛାତ୍ରଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ଏହାପରେ ସେ ଛାତ୍ରଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲା। ଏହାକୁ ଛାତ୍ର ବିରୋଧ ମଧ୍ୟ କରିଥିଲେ। ଏହାପରେ ସେ ଛାତ୍ରର ସାଙ୍ଗମାନଙ୍କ ଜରିଆରେ ତା’ସହ କଥା ହେବାକୁ ଚେଷ୍ଟା କରିଥିଲା। ଛାତ୍ରଙ୍କୁ ନିଛାଟିଆ ସ୍ଥାନକୁ ଡାକି ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ବସ୍ତ୍ର ଖୋଲି ତାଙ୍କ ସହ ଜୋରଜବରଦସ୍ତି କରିଥିଲେ। ଏହି ସମୟରେ ଛାତ୍ରଜଣକ ଅସହଜ ଅନୁଭବ କରିଥିଲା। କିନ୍ତୁ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଶାନ୍ତ କରିବା ଲାଗି ଏନଜାଇଟି ଔଷଧ ଦେଇଥିଲେ। ଏହି ଘଟଣା ବାରମ୍ବାର କରିବାକୁ ଲାଗିଲେ ଶିକ୍ଷୟିତ୍ରୀ।
ଛାତ୍ରଙ୍କ ମଧ୍ୟରେ ପରିବର୍ତ୍ତନକୁ ଲକ୍ଷ୍ୟ କରି ତାଙ୍କ ମାଆ-ବାପା ଚିନ୍ତାରେ ପଡ଼ିଯାଇଥିଲେ। ଏହାପରେ ସେ ନିଜ ବାପା-ମାଆଙ୍କୁ ଏହି ସତ କଥା ଜଣାଇଥିଲେ। କୋଲକାତା ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଏବଂ ପୂର୍ବତନ ତୃଣମୂଳ ଛାତ୍ର ନେତା ମନୋଜିତ ମିଶ୍ରଙ୍କ ବିରୋଧରେ ବିଭିନ୍ନ ମହଲରେ ବିରୋଧଭାବ ପ୍ରଦର୍ଶନ ହୋଇଛି।
Powered by Froala Editor