Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ...

  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ...

  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ...

  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ...

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ ...

ରାଜ୍ୟ
Home ›› ରାଜ୍ୟ ››୬ରେ ଖୋଲିବ ହୀରାକୁଦ ଗେଟ

୬ରେ ଖୋଲିବ ହୀରାକୁଦ ଗେଟ

2025-07-04 06:15:11
15467
Share:
Facebook
Twitter
E-Mail
WhatsApp
Telegram
୬ରେ ଖୋଲିବ ହୀରାକୁଦ ଗେଟ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଥିଲା। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ ବନ୍ୟା ଆସିବା ସହ ବାଲେଶ୍ବର ଅଧିକ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ବର୍ଷା କମିଥିବାରୁ ନଦୀରେ ଜଳସ୍ତର କମିଛି। କିନ୍ତୁ ବନ୍ୟା ଦୁର୍ଦଶା ଲାଗି ରହିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ବନ୍ୟା ଛାଡିବ। ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି। ଜଳ ନିଷ୍କାସନ ପାଇଁ ସମୟ ଲାଗୁଛି। ବୈତରଣୀ ବନ୍ୟା ପ୍ରଭାବରେ ଅନେକ ପଞ୍ଚାୟତ ପାଣି ଘେରରେ ଥିଲା।. କେନ୍ଦୁଝର ଜିଲା ଆଂଶିକ ପ୍ରଭାବିତ ହୋଇଛି। ଯେଉଁମାନେ ରିଲିଫ କେନ୍ଦ୍ରରେ ଅଛନ୍ତି, ସେମାନଙ୍କ ପାଇଁ ୭ଦିନ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡିଲେ ସମୟ ସୀମା ବଢ଼ାଯିବ। କ୍ଷୟକ୍ଷତି ଆକଳନ ଆରମ୍ଭ ହେଲାଣି। ପାଣି ଛାଡ଼ିବା ପରେ କ୍ଷୟକ୍ଷତି ରିପୋର୍ଟ ଆସିଲେ ଯଥାଶୀଘ୍ର କ୍ଷତିପୂରଣ ଦିଆଯିବ।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସୁବର୍ଣ୍ଣରେଖାର ରାଜଘାଟରେ ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ଏଠାରେ ୮.୬୩ ମିଟରରେ ବନ୍ୟା ଜଳ ନିଷ୍କାସନ ହେଉଛି। ବୈତରଣୀର ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୭.୧୦ ମିଟରରେ ଜଳ ପ୍ରବାହିତ ହେଉଛି। ଜଳକାରେ ମଥାନୀଠାରେ ବିପଦ ସଙ୍କେତ ୬.୫ ମିଟର ରହିଛି ଏବଂ ଏଠାରେ ୫.୧୫ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗରେ ଏନଏଚ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାସ୍ଥଳେ ୨.୯ ମିଟରରେ ଜଳ ପ୍ରବାହ କରୁଛି। ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବା ଦ୍ବାରା ବୁଢ଼ାବଳଙ୍ଗ ଜଳସ୍ତର ବଢ଼ିଥିଲା। ଜିଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ସୁବର୍ଣ୍ଣରେଖା, ବୈତରଣୀ ଏବଂ ଜଳକା ବିପଦ ସଙ୍କେତ ଉପରେ ପ୍ରବାହ ଦ୍ବାରା ବନ୍ୟା ପାଣି ଗାଁଗଣ୍ଡାକୁ ମାଡିଥିଲା। ବର୍ତ୍ତମାନ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କିନ୍ତୁ ଆଗକୁ ଝାଡଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।
ଅନ୍ୟପଟେ ଆସନ୍ତା ରବିବାର ୬ ତାରିଖରେ ହୀରାକୁଦ ଗେଟ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ୁଛି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳପତ୍ତନ ୬୦୩.୨୫ଫୁଟ ରହିଛି। ଜଳଭଣ୍ଡାରକୁ ୧ ଲକ୍ଷ ୧ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଛି। ବିଭିନ୍ନ ପାୱାର ଚ୍ୟାନେଲ ଦେଇ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୦୧ଫୁଟ ଜଳ ଥିବାବେଳେ ୯୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଗତକାଲି ଅପେକ୍ଷା ଗୁରୁବାର ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଛି। ସେହିପରି ସାଳନ୍ଦୀ ଜଳ ଭଣ୍ଡାର କ୍ଷମତା ୮୨.୩ମିଟର ଥିବାବେଳେ ୭୭.୪୦ମିଟର ପାଣି ରହିଛି। ବିପଦ ସଙ୍କେତ ତଳେ ପାଣି ରହିଛି।

Powered by Froala Editor

Tags Hirakud

Related articles Odisha News Lens 4.1

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15492
    Aug 13, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15372
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15220
    Aug 13, 2025
  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ
    ଦେଶ-ଦେଶାନ୍ତର

    ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    13998
    Aug 12, 2025
  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ
    ମନୋରଞ୍ଜନ

    କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14392
    Aug 12, 2025
  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ
    ଦେଶ-ଦେଶାନ୍ତର

    ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ

    14630
    Aug 12, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13474
    Aug 13, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14603
    Aug 12, 2025
  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...
    ଦେଶ-ଦେଶାନ୍ତର

    ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...

    14238
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14763
    Aug 12, 2025
  • ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15492
    Aug 13, 2025
  • ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13474
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16666
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17108
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15582
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15220
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13474
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14032
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15306
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15463
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14729
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14537
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14271
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14738
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15492
    Aug 13, 2025
  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ

    14630
    Aug 12, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15220
    Aug 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In