ମାଟି ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର: ବେଆଇନ୍ ଭାବେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଧସିଲା ମାଟି। ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଯୋଡା ଦଲପାହାଡ ନିକଟରେ। ମୃତକ ମାନେ ହେଲେ ସନ୍ଦିପ୍ କୃତୀ, କାଣ୍ଡେମୁଣ୍ଡା ଏବଂ ଗୁରୁ ଚାମ୍ପିଆ । ଗତକାଲି ଅପରାହ୍ନରେ ବେଆଇନ୍ ଭାବେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ୩ ଜଣ ଚାପି ହୋଇ ଯାଇଥିଲେ। ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ମାଟି ତଳୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।
Powered by Froala Editor