ଆଜି ଏହି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ସମ୍ବଲପୁରର ବାମରାରେ ସର୍ବାଧିକ ୧୭୬.୪ମି.ମି.ବର୍ଷା ରେକର୍ଡ଼ ହୋଇଛି। ସୁନ୍ଦରଗଡର ବାଲିଶଙ୍କରାରେ ୧୧୨ମି.ମି. ଏବଂ କୋରାପୁଟର କୋଟପାଡରେ ୯୭ମି.ମି. ବର୍ଷା ହୋଇଛି। ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି। ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାଡଖଣ୍ଡ ମୁହଁାଇବ। ଏହାର ପ୍ରଭାବରେ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ କଟକରେ ସବୁଠୁ ଅଧିକ ୭୬.୨ମି.ମି. ବର୍ଷା ହୋଇଥିବା ବେଳେ କୋରାପୁଟରେ ୭୦ମି.ମି., ନବରଙ୍ଗପୁର ୧୬.୪, ଖୋର୍ଦ୍ଧା ୧୫, ବରଗଡ ୧୨.୮, ଭବାନୀପାଟଣାରେ ୧୩.୬ମି.ମି.ବର୍ଷା ହୋଇଛି।
Powered by Froala Editor