କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ:ଡିଏମଇଟି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ, ସଂକ୍ରମଣ ହାର ଓ ଅନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବାଲୋକଙ୍କ ଉପରେ କଟକଣା ଜରୁରୀ । ନିଟ ପାଇଁ କେନ୍ଦ୍ର ଯାହା ଗାଇଡଲାଇନ ଦେବ ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ କରୋନାରେ ଆଉ ୧୯୩୦ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୧୧୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୧୩ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୦, ବାଲେଶ୍ୱରରେ ୧୩୪, ବରଗଡ଼ରେ ୧୨, ଭଦ୍ରକରେ ୯୮, ବଲାଙ୍ଗୀରରେ ୧, ବୌଦ୍ଧରେ ୩, କଟକରେ ୨୨୦, ଦେବଗଡ଼ରେ ୮, ଢେଙ୍କାନାଳରେ ୬୨, ଗଜପତିରେ ୪, ଗଞ୍ଜାମରେ ୧୭, ଜଗତସିଂହପୁରରେ ୭୫, ଯାଜପୁରରେ ୧୨୫, ଝାରସୁଗୁଡ଼ାରେ ୧୬, କଳାହାଣ୍ଡିରେ ୭, କନ୍ଧମାଳରେ ୨୭, କେନ୍ଦ୍ରାପଡ଼ାରେ ୧୨୩, କେନ୍ଦୁଝରରେ ୪୮, ଖୋର୍ଦ୍ଧାରେ ୪୩୧, କୋରାପୁଟରେ ୧୪, ମାଲକାନାଗିରିରେ ୨୮, ମୟୂରଭଞ୍ଜରେ ୯୮, ନବରଙ୍ଗପୁରରେ ୫, ନୟାଗଡ଼ରେ ୫୮, ନୂଆପଡ଼ାରେ ୨, ପୁରୀରେ ୨୭, ରାୟଗଡ଼ାରେ ୩୮, ସମ୍ବଲପୁରରେ ୨୫, ସୋନପୁରରେ ୫, ସୁନ୍ଦରଗଡ଼ରେ ୯୪ ଓ ରାଜ୍ୟ ପୁଲରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor