Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ...

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ...

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି ...

  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ...

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ...

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

  • ଜାରି ରହିଛି ଆମେରିକା ଓ ଇରାନ ସାମରିକ ...

  • ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

ରାଜ୍ୟ
Home ›› ରାଜ୍ୟ ››ବନ୍ୟା ପରିସ୍ଥିତି ଜଟିଳ ଆଶଙ୍କା, ୨୪ ଘଣ୍ଟା ବାଲେଶ୍ବର ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ

ବନ୍ୟା ପରିସ୍ଥିତି ଜଟିଳ ଆଶଙ୍କା, ୨୪ ଘଣ୍ଟା ବାଲେଶ୍ବର ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ

2025-07-02 06:42:26
13677
Share:
Facebook
Twitter
E-Mail
WhatsApp
Telegram
ବନ୍ୟା ପରିସ୍ଥିତି ଜଟିଳ ଆଶଙ୍କା, ୨୪ ଘଣ୍ଟା ବାଲେଶ୍ବର ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ବନ୍ୟା ଆସିଥିବାବେଳେ ବାଲେଶ୍ବରରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଝାଡଖଣ୍ଡ ମୁହଁାଇବ । ଝାଡଖଣ୍ଡରେ ବର୍ଷା ହେଲେ ବନ୍ୟା ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି। ତେଣୁ ଆଗାମୀ ୨୪ ଘଣ୍ଟା ଉତ୍ତର ବାଲେଶ୍ବର ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଏବେ ବର୍ଷା କମିଥିବାରୁ ନଦୀ ଗୁଡିକର ଜଳପତ୍ତନ ଧୀରେ ଧୀରେ କମୁଛି। ବୈତରଣୀ, ଜଳକା ଏବଂ ବୁଢାବଳଙ୍ଗ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାବେଳେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ଏବେ ବି ପ୍ରବାହିତ ହେଉଛି। କିନ୍ତୁ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦେଖିଲେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ଜଳକାର ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି।

ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତ (୧୮.୩୩ ମିଟର) ତଳେ ୧୮.୧୧ ମିଟରରେ ଜଳ ପ୍ରବାହିତ ହେଉଛି। ଜଳକାର ଜଳସ୍ତର ମଥାନୀରେ ବିପଦ ସଙ୍କେତ ୪.୫୦ମିଟର ଥିବାବେଳେ ଏଠାରେ ୬.୪୭ମିଟରରେ ପ୍ରବାହିତ ହେଉଛି। ବୁଢାବଳଙ୍ଗ ଜଳସ୍ତର ଏନଏଚ-୫ ଗୋବିନ୍ଦପୁର ଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ୪.୧୮ମିଟରରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଜଳସ୍ତର ରାଜଘାଟରେ ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ରାତି ୮ଟା ସୁଦ୍ଧା ୧୦.୩୮ମିଟରରେ ପ୍ରବାହିତ ହେଉଛି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବିଶେଷ ବର୍ଷା ନଥିବାରୁ ନଦୀ ଗୁଡିକର ଜଳସ୍ତର କମୁଛି। ଆଗାମୀ ୨୪ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଯଦି ଉପରମୁଣ୍ଡରେ ଅଧିକ ବର୍ଷା ନହୁଏ, ନଦୀ ଗୁଡିକର ଜଳସ୍ତର ଆହୁରି କମିଯିବ। ଯେଉଁ ଜିଲାରେ ବନ୍ୟା ଆସିଛି, ସେଠାରେ ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ଜଣେ ହେଲେ କ୍ଷତିଗ୍ରସ୍ତ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯିବ।

ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲା ଗୁଡ଼ିକ ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାକାର ପ୍ରଶାସନ ପରିସ୍ଥିତି ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ଜଳଭର୍ତ୍ତି ଥିବା ସ୍ଥାନକୁ କେହି ଯାଆନ୍ତୁ ନାହିଁ। ପ୍ରବଳ ବର୍ଷା ଏବଂ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବର୍ଷା ପରେ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବେ। ବିଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାରୁ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଖରିଫ ଋତୁରେ ଚାଷ କାର୍ଯ୍ୟ ଜାରି ରହିଛି। କିଛି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

Powered by Froala Editor

Tags Flood

Related articles Odisha News Lens 4.1

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15490
    Jul 17, 2026
  •  ଜାରି  ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ
    ଦେଶ-ଦେଶାନ୍ତର

    ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15579
    Jul 17, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......
    ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13668
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
    ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14696
    Jul 18, 2026
  •  ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15286
    Jul 18, 2026
  •  ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

    14061
    Jul 16, 2026
  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍
    ଦେଶ-ଦେଶାନ୍ତର

    ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14456
    Jul 18, 2026
  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ
    ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13261
    Jul 18, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13756
    Jul 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15286
    Jul 18, 2026
  • ଦେଶ-ଦେଶାନ୍ତର

    ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

    14061
    Jul 16, 2026
  • ଦେଶ-ଦେଶାନ୍ତର

    ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15110
    Jul 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16982
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17644
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18048
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13668
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14313
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14664
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14961
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15697
    Jul 07, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15836
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13786
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14665
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15855
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13261
    Jul 18, 2026
  • ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15579
    Jul 17, 2026
  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15286
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In