ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

ଶୁକ୍ରବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ହୃଦ୍ଘାତ ପରେ ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ‘କାଣ୍ଟା ଲାଗା’ ଫେମ୍ ଏହି ଅଭିନେତ୍ରୀଙ୍କ ହଠାତ ଦେହାନ୍ତ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଶେଫାଳୀ ନିଜ ସ୍ୱାମୀଙ୍କ ସହିତ ମୁମ୍ବାଇରେ ରହୁଥିଲେ ।
ସୂଚନା ଅନୁସାରେ, ଅଭିନେତ୍ରୀଙ୍କୁ ଶୁକ୍ରବାର ରାତିରେ ହୃଦଘାତ ହୋଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । କାର୍ଡିଆକ୍ ଆରେଷ୍ଟ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇ ଅନ୍ଧେରି ସ୍ଥିତ ରହୁଥିବା ଘରେ ପହଞ୍ଚିଛି ମୁମ୍ବାଇ ପୁଲିସ । ଏକ ଫରେନସିକ୍ ଟିମ୍ ମଧ୍ୟ ଘରେ ଯାଞ୍ଚ କରୁଛନ୍ତି ।
ଗୁଜୁରାଟର ଅହମଦାବାଦ୍ରେ ୧୫ ଡିସେମ୍ବର ୧୯୮୨ରେ ଜନ୍ମିତ ଶୋଫାଳୀ ବିଗ୍ବସ୍-୧୩ରେ ଭାଗ ନେଇଥିଲେ। ୨୦୦୨ରେ ମୁକ୍ତିଲାଭ କରିଥିବା ଗୀତ ‘କାଣ୍ଟା ଲଗା’ରେ ତାଙ୍କର ନୃତ୍ୟ ସୁପର୍ହିଟ୍ ହୋଇଥିଲା। କାଣ୍ଟା ଲାଗା ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରି ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହାସହିତ ବଲିଉହ ଫିଲ୍ମ ମୁଝସେ ଶାଦୀ କରୋଗେ’ରେ ନଜର ଆସିଥିଲେ ।
ବିଗ୍ ବସ୍-୧୩ ସିଜିନରେ ଅଂଶଗ୍ରହଣ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗ ଖବର ମନୋରଞ୍ଜନ ଜଗତ ସମେତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
Powered by Froala Editor