ସୁନା ଖଡିକାରେ ଛେରା ପହଁରା କଲେ ଗଜପତି ମହାରାଜା

ପୁରୀ : ଆଜି ପବିତ୍ର ରଥଯାତ୍ରା। ରଥାରୂଢ ହୋଇସାରିଛନ୍ତି ୩ ଠାକୁର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିଛି ବଡଦାଣ୍ଡ,ଲୋକରଣ୍ୟ ଶ୍ରୀକ୍ଷେତ୍ର। ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି। ୩ ଠାକୁର ରଥରେ ବିଜେ ପରେ ସୁରୁଖୁରୁରେ ଚାଲିଛି ସମସ୍ତ ନୀତିକାନ୍ତି। ରଥ ଉପରେ ଛେରା ପହଁରା କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟ ସିଂହ ଦେବ। ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା ନୀତି । ସୁନା ଖଡିକାରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା। ପାରମ୍ପରିକ ରୀତିରେ ଗଜପତି କରନ୍ତି ଏହି ଛେରାପହଁରା ନୀତି । ପ୍ରଥମେ ତାଳଧ୍ୱଜ ଏହାପରେ ନନ୍ଦିଘୋଷ ରଥରେ ହୁଏ ଛେରାପହଁରା। ଶେଷରେ ଦେବଦଳନ ରଥରେ ଛେରାପହଁରା କରାଯାଏ। ଏହି ଛେରାପହଁରା ନୀତି ସୂଚେଇ ଦିଏ ସମସ୍ତେ ସମାନ । ପାର୍ଥିବ ସତ୍ତାର ପରମ ଓ ଶ୍ରେୟ ଧର୍ମ ହେଉଛି ସେବା। ଛେରା ଓ ପହଁରା ଶବ୍ଦରେ ଛେରାପହଁରା ସୃଷ୍ଟି। ଖ୍ରୀଷ୍ଟିୟ ପଞ୍ଚଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଛେରାପହଁରା । କପିଳେନ୍ଦ୍ର ଦେବଙ୍କ ସମୟରେ ଛେରାପହଁରା ଆରମ୍ଭ ହୋଇଥିଲା।
Powered by Froala Editor